ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ମାଆ ତାରିଣୀଙ୍କ ଆଳତୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 29, 2023, 6:43 AM IST

Maa tarini alati: କେନ୍ଦୁଝର: ଦୁଃଖ ହାରିଣୀ ମାଆ ତାରିଣୀ । ଭକ୍ତର ମାଆ ସେ ତାରିଣୀ ମାଆ । ତାଙ୍କୁ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ । ପ୍ରତିଦିନ ପ୍ରଭାତରେ ମାଆ ତାରିଣୀଙ୍କ ଘଟଗାଁ ପୀଠରେ ଆଳତୀ କରାଯାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ ନାଦ, ହୁଳହୁଳି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର ।  ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ଥିବା ତାରିଣୀ ପୀଠ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରୁ ଅନ୍ୟତମ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । କୁହାଯାଏ ମାଆଙ୍କୁ ମନସ୍କାମନା କରି ନଡିଆଟିଏ ଯାଚିଲେ ସବୁ ମନବାଞ୍ଛା ପୂରଣ ହୁଏ  ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.