ଚାଲିଛି ମାଆ ତାରିଣୀଙ୍କ ଚଇତି ପର୍ବ, ଦର୍ଶନ କରନ୍ତୁ ଦିବ୍ୟ ଆଳତୀ - ଘଟଗାଁ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18230181-thumbnail-16x9-trn.jpg)
କେନ୍ଦୁଝର: ମାଆ ଲୋ ମାଆ ତାରିଣୀ ମାଆ ଦର୍ଶନ ଟିକେ ଦେ... କରୁଣାମୟୀ ସେ ମାଆ ତାରିଣୀ । ତାରିଣୀଙ୍କ ମହିମା ଅପାର । ତାଙ୍କୁ ସ୍ମରଣ କଲେ ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ । କାହିଁ କେତେ ଦୂରରୁ ମାଆକୁ ଦେଖା କରିବାକୁ ଭକ୍ତଟିଏ ଚାଲିଆସେ ଘଟଗାଁ ପୀଠକୁ । ପ୍ରତିଦିନ ପ୍ରଭାତକୁ ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ । ଆଜି ସକାଳୁ ମାଆଙ୍କର ମଙ୍ଗଳ ଆଳତୀ ହୋଇଯାଇଛି । ଘାଟଗାଁ ପୀଠରେ ପ୍ରଭାତରୁ ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଥାନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳ ହୁଳି, ହରିବୋଲ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ବର୍ତ୍ତମାନ ମାଆଙ୍କର ଚଇତି ପର୍ବ ଆରମ୍ଭ ହୋଇଛି । ସୁନାବେଶରେ ଦର୍ଶନ ଦେଇଛନ୍ତି ଘଟଗାଁ ରାଣୀ । ଚଇତି ପର୍ବରେ ମାଆ ତାରିଣୀଙ୍କ ଆଳତୀ ଦର୍ଶନ ଶୁଭମୟ ହୋଇଥାଏ । ଏହା ପର୍ବ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । 1480 ମସିହାରେ ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର