ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ - ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/12-01-2024/640-480-20488499-thumbnail-16x9-alati.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 12, 2024, 6:34 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ । ତାଙ୍କୁ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁ ପୀଠକୁ । ପ୍ରତିଦିନ ଭୋରୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ହୋଇଥାଏ । ଯାହାକୁ ଦେଖିବାକୁ ମନ୍ଦିରକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ। ସବୁ ଦିନ ପରି ଆଜି ମଧ୍ୟ ଭୋରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ମାଆ । ଘଟଗାଁରେ ଥିବା ତାରିଣୀଙ୍କ ପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶରେ ମାଆ ତାରିଣୀଙ୍କ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା । ମାଆଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଚଇତି ଓ ଆଷାଢି ପର୍ବ ପ୍ରତିବର୍ଷ ମନ୍ଦିରରେ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଭକ୍ତଙ୍କ ଭିଡ ଲାଗିଥାଏ ।
ଇଟିଭି ଭାରତ, କେନ୍ଦୁଝର