ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମା' ତାରିଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
Published : Dec 30, 2023, 6:43 AM IST
Maa Tarini Alati: କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ । ତାଙ୍କର କରୁଣା ଅପାର । ମାଆଙ୍କ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରେ ଭକ୍ତ ଧାଇଁ ଆସନ୍ତି ଘଟଗାଁ ପୀଠକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପରି ଆଜି ମଧ୍ୟ ଭୋର୍ରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ । ତାଙ୍କର ଦିବ୍ୟ ଆଳତୀ ଚର୍ମ ଚକ୍ଷୁରେ ଦର୍ଶନ କରି ବିଭୋର ହୋଇଛନ୍ତି ଭକ୍ତ । ପ୍ରତିଦିନ ସକାଳୁ ମାଆଙ୍କର ମଙ୍ଗଳ ଆଳତୀ କରାଯାଏ । ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଘଟଗାଁସ୍ଥିତ ତାରିଣୀ ମନ୍ଦିର । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ।
ଇଟିଭି ଭାରତ, କେନ୍ଦୁଝର