ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video
Published : Dec 28, 2023, 6:56 AM IST
Maa Tarini Alati: କେନ୍ଦୁଝର: କରୁଣାମୟୀ ମାଆ ତାରିଣୀ । ତାଙ୍କର ମହିମା ଅପାର । ମାଆ ତାରିଣୀଙ୍କୁ ଡାକିଲେ ସବୁ ଦୁଃଖ ଦୂର ହୋଇଯାଏ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଧାଇଁ ଆସିଥାନ୍ତି ଭକ୍ତ । ଭୋର ସମୟରେ ମନ୍ଦିରରେ ମାଆଙ୍କ ଆଳତୀ ହୋଇଥାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରୁଛନ୍ତି । ଘଣ୍ଟନାଦ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ମନ୍ଦିର ପରିସର । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ସକାଳୁ ମାଆଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବସ ରହିଛି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । କୁହାଯାଏ ମାଆଙ୍କ ନିକଟରେ ଯାହା ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ । ସେଥିପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ମାଆଙ୍କ ପାଖକୁ ଛୁଟି ଆସନ୍ତି ।
ଇଟିଭି ଭାରତ, କେନ୍ଦୁଝର