ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ, ମଙ୍ଗଳମୟ ହେବ ଦିନ - ତାରିଣୀ ଆଳତୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 20, 2023, 7:13 AM IST

କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ । ସକଳ ଦୁଃଖ ହାରିଣୀ, କରୁଣାମୟୀ ମାଆ  । କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ବିରାଜିଛନ୍ତି ମାଆ ତାରିଣୀ । ମାଆଙ୍କ ମହିମା ଅପାର  । ତାଙ୍କର ପ୍ରିୟ ନଡ଼ିଆ  । ସେଥିପାଇଁ ତାଙ୍କୁ ନଡ଼ିଆ ରାଣୀ ବୋଲି କହନ୍ତି  । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଛୁଟି ଆସିଥାନ୍ତି ଭକ୍ତ  । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କ ଦିବ୍ୟ ଆଳତୀ କରାଯାଏ  । ସବୁଦିନ ଭଳି ଆଜି ମଧ୍ୟ ବଡ ଭୋରରୁ ସେବାୟତ ପୂଜାପଣ୍ଡାମାନେ ମାଆ ତାରିଣୀଙ୍କ ଆଳତୀ କରିଛନ୍ତି  । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠୁଛି ମନ୍ଦିର ପରିସର । ନାଲି ମନ୍ଦାରରେ ଝଟକୁଛନ୍ତି ମାଆ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତ୍ୟୁଷରୁ ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆଙ୍କ ଦିବ୍ୟ ଆଳତୀ, ମଙ୍ଗଳମୟ ହେବ ଦିନ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.