ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ମାଆ ତାରିଣୀଙ୍କ ଆଳତୀ
🎬 Watch Now: Feature Video
Published : Dec 18, 2023, 7:13 AM IST
କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ, ଜୟ ମାଆ ତାରିଣୀ ଘଟଗାଁ ବାସିନୀ । ଭକ୍ତର ମାଆ ସେ ନିଡିଆ ରାଣୀ ଘଟଗାଁ ତାରିଣୀ । ମାଆଙ୍କ ମହିମା ଅପାର । ମାଆଙ୍କୁ ଟିକିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁ ପୀଠକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ କରାଯାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆଙ୍କ ଦିବ୍ୟ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପୂର୍ଣ୍ଣିମାରେ ଦର୍ଶନ କରନ୍ତୁ ନଡ଼ିଆ ରାଣୀଙ୍କ ମଙ୍ଗଳ ଆଳତୀ । ମଙ୍ଗଳମୟ ହେବ ଦିନ ।
ଇଟିଭି ଭାରତ, କେନ୍ଦୁଝର