କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ

By ETV Bharat Odisha Team

Published : Dec 13, 2023, 7:08 AM IST

thumbnail

କେନ୍ଦୁଝର: ମାଆ ତାରିଣୀ ଦୁଃଖ ହାରିଣୀ । ଜଗତ କଲ୍ୟାଣମୟୀ କରୁଣାମୟୀ ମାଆ । ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବଡ଼ ବିଚିତ୍ର  । କେନ୍ଦୁଝର ଜିଲ୍ଲାର ଘଟଗାଁର ଅଧିଷ୍ଠାତ୍ରୀ ଦେବୀ  । ତାଙ୍କର ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଧାଇଁ ଆସିଥାନ୍ତି ଭକ୍ତ  । ନଡିଆଟିଏ ଯାଚି ଦେଇ ପରିବାରର ମଙ୍ଗଳ ମନାସି ଥାଆନ୍ତି ଭକ୍ତ  । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ପ୍ରଭାତରୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି  । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଘଟଗାଁ ପୀଠରେ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ।  ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ମନ୍ଦିର ପରିସରର । ପ୍ରତ୍ୟୁଷରୁ ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ  । ଏହି ଅପୂର୍ବ ଦୃଶ୍ୟ ମନ୍ଦିର ପରିସରରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି କରିଛି । ସକାଳୁ କରୁଣାମୟୀ ମାଆ ତାରିଣୀଙ୍କ ଆଳତୀ ଦର୍ଶନ କରି କୃପା ଲାଭ କରନ୍ତୁ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.