ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ, ଦର୍ଶନରେ ମଙ୍ଗଳମୟ ହୁଏ ଦିନ - ମଙ୍ଗଳ ଆଳତୀ
🎬 Watch Now: Feature Video
Published : Dec 5, 2023, 7:00 AM IST
କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ । ଦୁଃଖ ହାରିଣି ମାଆ ତାରିଣୀ । ତାଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁକୁ । ମାଆଙ୍କ ଅପାର କରୁଣା । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ସକାଳେ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ହୋଇଥାଏ । ଯାହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ପ୍ରତିଦିନ ପ୍ରଭାତରୁ ମାଆଙ୍କ ଏହି ଦିବ୍ୟ ଆଳତୀ କରାଯାଏ ।
ଇଟିଭି ଭାରତ, କେନ୍ଦୁଝର