କରୁଣାମୟୀ ଘଟଗାଁ ରାଣୀ, ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - କରୁଣାମୟୀ ଘଟଗାଁ ରାଣୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । କରୁଣାମୟୀ ସେ ଘଟଗାଁ ବାସିନୀ । ତାଙ୍କ ମହିମା ଅପାର । ମାଆଙ୍କ ଶରଣ ପଶିଲେ ସବୁ ଦୁଃଖ ଦୂର ହୁଏ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ପାଖରେ ପ୍ରତିଦିନ ପ୍ରଭାତରୁ ଦିବ୍ୟ ଆଳତୀ କରାଯାଏ । ସକାଳୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରଥାନ୍ତି । ଆଜି ମଧ୍ୟ ମାଆଙ୍କର ଆଳତୀ ସମ୍ପର୍ଣ୍ଣ ହୋଇଛି । ଘଣ୍ଟ ଘଣ୍ଟା, ଶଙ୍ଖ,ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, କେନ୍ଦୁଝର