ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ - ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18018853-thumbnail-4x3-tarini.jpg)
କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ମାଆଙ୍କ ମହିମା ଅପାର । ତାଙ୍କର ଶରଣ ପଶିଲେ ସବୁ ଦୁଃଖ ଦୂର ହୁଏ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରେ ଭକ୍ତ ଧାଇଁ ଆସେ ଘଟଗାଁକୁ । ସିନ୍ଦୁରା ମୁହିଁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପରି ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲ ସହ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ । ତାଙ୍କର ଦିବ୍ୟ ଆଳତୀଙ୍କ ଚର୍ମ ଚକ୍ଷୁରେ ଦର୍ଶନ କରି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ସକାଳୁ ମାଆଙ୍କର ମଙ୍ଗଳ ଆଳତୀ କରାଯାଏ ।
ଘଟଗାଁସ୍ଥିତ ତାରିଣୀ ପୀଠ ଓଡିଶାର ଏକ ପ୍ରମୁଖ ଶକ୍ତିପୀଠ । ଏହା କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ମାଆ ତାରିଣୀ ହେଉଛନ୍ତି ଏଠାକାର ଅଧିଷ୍ଠାତ୍ରୀ ଦେବୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶରେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ନିର୍ମାଣ ହୋଇଥିଲା । ମାଆ ତାରିଣୀଙ୍କୁ ଡାକିଲେ ସେ ସବୁ ଦୁଃଖ ହରଣ କରନ୍ତି ବୋଲି ବିଶ୍ବାସ ରହିଛି । ମନସ୍କାମନା କରି ନଡିଆଟିଏ ଯାଚି ଦେଲେ ଭକ୍ତର ମନବାଞ୍ଛା ପୂରଣ ହୁଏ ।
ଇଟିଭି ଭାରତ, କେନ୍ଦୁଝର