Alati Of Maa Tarini: ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ, ଦର୍ଶନରେ ମଙ୍ଗଳମୟ ହୁଏ ଦିନ - ତାରିଣୀଙ୍କ ଆଳତୀ

🎬 Watch Now: Feature Video

thumbnail

By

Published : Feb 6, 2023, 6:42 AM IST

Updated : Feb 6, 2023, 4:07 PM IST

କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଯେମିତି ସନ୍ତାନ ଡାକିଲେ ମାଆ ଓଃ କରେ ସେମିତି ଭକ୍ତଟି ଭକ୍ତିରେ ମାଆଙ୍କୁ ଡାକିଲେ ସେ ମଧ୍ୟ ଓଃ କରନ୍ତି ଓ ଦୁଃଖ ଶୁଣନ୍ତି । ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁକୁ । ମାଆଙ୍କ ଅପାର କରୁଣା । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ସକାଳେ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ହୋଇଥାଏ । ଯାହାକୁ ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ ମନ୍ଦିରକୁ। 

ଆଜି ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ପ୍ରଭାତରୁ ମାଆଙ୍କ ଏହି ଦିବ୍ୟ ଆଳତୀ କରାଯାଏ ।

କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା । ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । କୁହାଯାଏ ମନସ୍କାମନା କରି ମାଆକୁ ନଡିଆଟିଏ ଯାଚି ଦେଲେ ଭକ୍ତର ମନବାଞ୍ଛା ପୂରଣ ହୁଏ । ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । କାହିଁ କେତେ ଦୂରରୁ ମାନସିକ ମାଆଙ୍କ ପୀଠକୁ ଧାଇଁ ଆସିଥାଏ ଭକ୍ତଟି ।

ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । କାହିଁ କେତେ ଦୂରରୁ ମାନସିକ କରି ମାଆଙ୍କ ପୀଠକୁ ଧାଇଁ ଆସିଥାଏ ଭକ୍ତଟି । ମାଆଙ୍କ ମହିମା ସତରେ ଅପାର । ତାଙ୍କ ଶରଣରେ ପଶିଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ତ ଭକ୍ତଟିଏ କେଉଁଠି ବି ଥିଲେ ଧାଇଁ ଆସେ ମାଆ ପାଖକୁ । ତେବେ ମାଆଙ୍କ ନଡିଆ ପ୍ରିୟ ହୋଇଥିବାରୁ ପ୍ରତ୍ୟେକ ଭକ୍ତ ଏଠାରେ ନଡିଆ ଭୋଗ କରିଥାନ୍ତି। 

ଇଟିଭି ଭାରତ, କେନ୍ଦୁଝର

Last Updated : Feb 6, 2023, 4:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.