ଶୁଭମୟ ହେବ ଦିନ, ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ଘଟଗାଁ ପୀଠ କେନ୍ଦୁଝର
🎬 Watch Now: Feature Video
Published : Dec 16, 2023, 6:57 AM IST
କେନ୍ଦୁଝର: ନଡିଆ ରାଣୀ, ଘଟଗାଁ ବାସିନୀ ମାଆ ତାରିଣୀ । ଭକ୍ତିର ସହ ଡାକିଲେ ଭକ୍ତର ଦୁଃଖ ଦୂର କରନ୍ତି ମାଆ । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଛୁଟି ଆସିଥାନ୍ତି ଭକ୍ତ । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଘଟଗାଁ ଠାରେ ଥିବା ମାଆ ତାରିଣୀ ମନ୍ଦିରକୁ 1480 ମସିହାରେ ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜା ଆଦେଶକ୍ରମେ ମାଆ ତାରିଣୀ ନୂଆ ମନ୍ଦିର ଘଟଗାଁ ଠାରେ ଶକ୍ତିପୀଠ ଭାବେ ସ୍ଥାପିତ ହୋଇପାରିଥିଲା ।
ଇଟିଭି ଭାରତ, କେନ୍ଦୁଝର