thumbnail

By

Published : Mar 12, 2023, 8:58 PM IST

ETV Bharat / Videos

ଯୋଧପୁରେ Mi-17 ହେଲିକପ୍ଟରର ଜରୁରୀ ଅବତରଣ

ଜୟପୁର: ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ କରିଛି ଭାରତୀୟ ବାୟୁସେନାର ଏକ ଏମ.ଆଇ-17 ହେଲିକପ୍ଟର । ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାକୁ ଯୋଧପୁର ସହର ଉପକଣ୍ଠ ପିଲୱା ଗ୍ରାମରେ ନିକଟବର୍ତ୍ତୀ ଥିବା ଏକ ଖୋଲା ସ୍ଥାନରେ ଅବତରଣ କରାଯାଇଥିଲା । ପାଇଲଟ ଓ ଅନ୍ୟ ବୈଷୟିକ ଅଧିକାରୀମାନେ ତୁରନ୍ତ ହେଲିକପ୍ଟରକୁ ଯାଞ୍ଚ କରିଥିଲେ । କିଛି ସମୟର ଯାଞ୍ଚ ପ୍ରକ୍ରିୟା ପରେ ହେଲିକପ୍ଟରଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିଥିଲା । ବର୍ତ୍ତମାନ ହେଲିକପ୍ଟରଟି ବାୟୁସେନା ଏୟାର ବେସରେ ସୁରକ୍ଷିତ ଅବତରଣ କରିଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି । ନିକଟରେ ଭାରତୀୟ ନୌସେନାରେ ସାମିଲ ଥିବା ହାଲୁକା ଲଢୁଆ ସ୍ବଦେଶୀ ‘ଧ୍ରୁବ’ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣା ପରେ ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏଁ ଏହି ବର୍ଗର ସମସ୍ତ ହେଲିକପ୍ଟରକୁ ଅପରେସନରୁ ବାଦ ଦେବା ସହ ଉଡାଣ ବନ୍ଦ ରଖିବାକୁ ନୌସେନା ନିଷ୍ପତ୍ତି ନେଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.