thumbnail

By ETV Bharat Odisha Team

Published : Nov 6, 2023, 11:34 AM IST

ETV Bharat / Videos

ପ୍ରତିଶ୍ରୁତି ପୂରା କଲେନି ସରକାର, ବଳଦ ଗାଡି ଚଲାଇ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିବାଦ

ଚେନ୍ନାଇ : ତାମିଲନାଡୁ ରାଜରାସ୍ତାରେ ଦେଖିବାକୁ ମିଳିଛି ଅଜବ ଘଟଣା । ବଳଦ ଗାଡି ଚଲାଇଛନ୍ତି ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା AIDMKର ବରିଷ୍ଠ ନେତା ଡି. ଜୟକୁମାର । DMK ସରକାରଙ୍କୁ ବିରୋଧ କରି ସେ ଏପରି ଅଭିନବ ପ୍ରତିବାଦ କରିଛନ୍ତି । ନିର୍ବାଚନ ସମୟରେ ତାମିଲନାଡୁ ସରକାର ରନ୍ଧନ ଗ୍ୟାସରେ ସବସିଡି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ପୂରଣ କରି ନଥିଲେ । ଯାହାକୁ ନେଇ ବରିଷ୍ଠ ନେତା ଡି. ଜୟକୁମାର ଏଭଳି ପ୍ରତିବାଦ କରିଛନ୍ତି । ତାଙ୍କର ଏହି ବଳଦ ଗାଡ଼ି ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଥାଉକି, ପୂର୍ବତନ ମନ୍ତ୍ରୀ ଜୟକୁମାର ଜମି ବିବାଦ ସହିତ ତିନୋଟି ମାମଲାକୁ ନେଇ ଗିରଫ ହୋଇଥିଲେ । ଏହାର କିଛି ଦିନ ପରେ ମାଦ୍ରାସ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜାମିନ ମିଳିଯାଇଥିଲା । 

ଏହା ମଧ୍ୟ ପଢନ୍ତୁ-Onion Price Hike: କଂଗ୍ରେସର ନିଆରା ପ୍ରତିବାଦ, ଅଧା ଦରରେ ପିଆଜ ବିକିଲେ ଦଳୀୟ କର୍ମୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.