thumbnail

By

Published : Aug 18, 2023, 7:30 PM IST

ETV Bharat / Videos

ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କୃଷି କର୍ମଚାରୀଙ୍କ ଦାବି, ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା: ପଦୋନ୍ନତି ଓ ଦରମା ବୃଦ୍ଧି ପାଇଁ ଦାବିପତ୍ର ପ୍ରଦାନ କଲେ ଗ୍ରାମ୍ୟ କୃଷି କର୍ମଚାରୀ। ଆଜି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଓ ଅତିରିକ୍ତ କୃଷି କର୍ମଚାରୀ ସାମିଲ ହୋଇ ଭବାନୀପାଟଣାଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର କୃଷକ ଓ କୃଷି କାର୍ଯ୍ୟକୁ ଗୁରୁତ୍ବ ଦେଇ ଅନେକ ଯୋଜନା କରୁଛନ୍ତି । କୃଷକଙ୍କ ସମସ୍ତ ସମସ୍ୟା ଓ ତାର ସମାଧାନ ପାଇଁ କୃଷି ବିଭାଗରେ ଅନେକ ତଳ ସ୍ତରର କର୍ମଚାରୀ ନିଯୁକ୍ତ କରିଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସମେତ ବ୍ଲକମାନଙ୍କରେ ମଧ୍ୟ କର୍ମଚାରୀ ନିଯୁକ୍ତ କରିଛନ୍ତି ସରକାର । 

ଏହା ବି ପଢନ୍ତୁ...2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ବିଶେଷ କରି ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମିଲେଟ ମିଶନ, ଜଳନିଧି ଯୋଜନା, କୃଷି କଲ୍ୟାଣ ଆଦି ଯୋଜନାରେ ସରକାର ସମସ୍ତ କୃଷି କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ହେଲେ ତାହା ଅସ୍ଥାୟୀ ମାଧ୍ୟମର ହୋଇଥିବାରୁ ଅନେକ ସମସ୍ୟା ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । କୃଷି ବିଭାଗ କର୍ମଚାରୀ ଚନ୍ଦ୍ର ମୋହନ ଚାନ୍ଦ କହିଛନ୍ତି, "ଦରମା କମ୍ ହେତୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଆଜି ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ରାଜ୍ୟ ସରକାର ସମସ୍ତ AAO ଏବଂ VAWମାନଙ୍କୁ ପଦୋନ୍ନତି କରିବା ସହ ଦରମା ବୃଦ୍ଧି ଦାବି କରନ୍ତୁ । ସମସ୍ତ ଦାବିକୁ ସରକାର ପୂରଣ ନକଲେ ଆସନ୍ତା ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରାଯିବ ।"
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.