thumbnail

By

Published : Jun 3, 2023, 10:50 AM IST

ETV Bharat / Videos

Major Train Accident: ଆକାଶ ମାର୍ଗରୁ ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଦୃଶ୍ୟ

ବାଲେଶ୍ବର: ବାହାନଗା ଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ । ସମୟ ବଢିବା ସହ ବୃଦ୍ଧି ପାଉଛି ମୃତ୍ୟୁସଂଖ୍ୟା  । ଏବେସୁଦ୍ଧା ୨୩୮ ଜଣଙ୍କ ଜୀବନ ଯାଇଥିବାର ରିପୋର୍ଟ ଆସିଛି । ହସ୍ପିଟାଲରେ କୁଢ କୁଢ ମୃତଦେହ ପଡିଛି । ସେହିପରି ଦୁର୍ଘଟଣାରେ ପ୍ରାୟ ୯୦୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଯେଉଁ ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି ତାହା ଛାତି ଥରାଇବା ଭଳି । ଖଣ୍ଡ ଖଣ୍ଡ ହୋଇଯାଇଥିଲା ଟ୍ରେନ । ଟ୍ରେନ ଭିତରୁ ଆହତମାନଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ । ସହାୟତା ପାଇଁ ସମସ୍ତେ ବିକଳ ହୋଇଥିଲେ । ତେବେ ଆକାଶ ମାର୍ଗରୁ ଦେଖନ୍ତୁ ଦୁର୍ଘଟଣା ସମୟର ଛାତିଥରା ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.