Train Tragedy: ରେଳ ଦୁର୍ଘଟଣା ପରେ ଚାଲିଛି ମରାମତି କାମ; ଆକାଶ ମାର୍ଗରୁ ଦେଖନ୍ତୁ ଦୃଶ୍ୟ - ରେଳ ଦୁର୍ଘଟଣା
🎬 Watch Now: Feature Video
ବାଲେଶ୍ବର: ବାହାନଗା ଦୁର୍ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ରେଳ ଚଳାଚଳ ସ୍ବାଭାବିକ କରିବାକୁ ରେଳ ଧାରଣାରୁ ବଗି ହଟାଯାଉଛି । ଗୋଟିଏ ପାର୍ଶ୍ବରେ କ୍ଷତିଗ୍ରସ୍ତ ଟ୍ରାକକୁ ସଂଯୋଗ କରାଯାଉଛି । ପୁନରୁଦ୍ଧାର କାର୍ଯ୍ୟରେ ଏକ ହଜାରରୁ ଅଧିକ ମାନବ ସମ୍ବଳ ସହ ୭ଟି ପ୍ରୋକ୍ଲିନ ମେସିନ, ଦୁଇଟି ଦୁର୍ଘଟଣା ରିଲିଫ ଟ୍ରେନ ଓ ରୋଡ କ୍ରେନ୍ ନିୟୋଜିତ ହୋଇଛନ୍ତି । ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ । ଲୁହ ଲହୁରେ ଏକାକାର ହୋଇଯାଇଥିଲା । ଆହତଙ୍କ ଆର୍ତ୍ତ ଚିତ୍କାରରେ ଶିହରି ଉଠିଥିଲା ସାରା ଅଞ୍ଚଳ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଦୁର୍ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ଏହା ମର୍ମନ୍ତୁଦ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି ।