thumbnail

By ETV Bharat Odisha Team

Published : Nov 3, 2023, 9:14 PM IST

ETV Bharat / Videos

ସାମ୍ବାଦିକାଙ୍କୁ ମାଡ ମାରି ବିବାଦରେ ପ୍ରଯୋଜକ ଟୁଟୁ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଆଇନଜୀବୀ

ଭୁବନେଶ୍ୱର: ପୁଣି ଏକ ବିବାଦରେ ଛନ୍ଦି ହେଲେ ପ୍ରଯୋଜକ ଟୁଟୁ ନାୟକ । ଆଜି ଯେଉଁଭଳି ଭାବେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଜଣେ ପ୍ରଯୋଜକଙ୍କ ଦୁର୍ବ୍ୟବହାର କରିଛନ୍ତି ତାହା ଏକ ନିନ୍ଦନିୟ ଘଟଣା । ଯାହା ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ । ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଗରୁ ମଧ୍ୟ ବହୁତ କଳାରାନାମା ରହିଥିବା ନଜିର ରହିଛି । ସୀମା ଟପିଲେ ପ୍ରଯୋଜକ ଟୁଟୁ ନାୟକ ଗୁଣ୍ଡା ଗର୍ଦି । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । 

ଏହା ମଧ୍ୟ ପଢନ୍ତୁ...Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ

ସୂଚନା ଅନୁସାରେ, ଭୁବନେଶ୍ୱରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା ଜଣକ । ସାମ୍ବାଦିକା ଜଣକ କିଛି ପ୍ରଶ୍ନ କରିବାକୁ ବୁମ ଉଠାଉଥିବାବେଳେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଜୋରରେ ମାଡ଼ ମାରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଏନେଇ ଖାରବେଳ ନଗର ଥାନାରେ ମାମଲା ଦାୟର କରାଯାଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ପୂର୍ବରୁ କାଷ୍ଟିଂ କାଉଚ ଅଭିଯୋଗ ରହିଛି । ଏପରିକି ଓଲିଉଡ ବିବାଦରେ ମଧ୍ୟ ବର୍ତ୍ତମାନ ଛନ୍ଦି ହୋଇପଡିଛନ୍ତି ଟୁଟୁ ନାୟକ । ସେପଟେ ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ପରେ ପୁଣି ଟୁଟୁଙ୍କ ଅଡୁଆ ବଢିଛି  । 

ସାମ୍ବାଦିକାଙ୍କୁ ସଞ୍ଜୟ ନାୟକ ଓରଫ୍ ଟୁଟୁ ପିଟିବା ଘଟଣାରେ ମାମଲା ରୁଜୁ । ଭୁବନେଶ୍ଵର ଖାରବେଳନଗର ଥାନାରେ ମାମଲା ରୁଜୁ । ଟୁଟୁଙ୍କ ନାଁରେ ଅସଦାଚରଣ ପରି ଲାଗିଛି ସଙ୍ଗିନ ଦଫା । 

ଟୁଟୁଙ୍କ ନାଁରେ ଲାଗିଛି ଦଫା 354, 294, 341 ଓ 323  । ଦଫା 354- ମହିଳାଙ୍କୁ ଅସଦାଚରଣ । ଦଫା 294- ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା । ଦଫା 341- କିଛି ସମୟ ପାଇଁ ଅଟକାଇବା । ଦଫା 323- ଆଘାତ ଦେବା । 

ଏହା ମଧ୍ୟ ପଢନ୍ତୁ...ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଲେ ଟୁଟୁ ନାୟକ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.