ଯୋଗୀଙ୍କୁ ଭେଟିଲେ ରଜନୀ, ପାଦ ସ୍ପର୍ଶ କରି କଲେ ପ୍ରଣାମ - ଯୋଗୀଙ୍କୁ ଭେଟିଲେ ରଜନୀକାନ୍ତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-08-2023/640-480-19308024-thumbnail-16x9-jogi.jpg)
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗସ୍ତରେ ଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଆଜି ସଂଧ୍ୟାରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ସାକ୍ଷାତ କରିଛନ୍ତି । ଯୋଗୀଙ୍କ ସରକାରୀ ବାସଭବନରେ ରଜନୀକାନ୍ତ ଓ ତାଙ୍କ ସ୍ତ୍ରୀ ଯୋଗୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଯୋଗୀଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ ରଜନୀକାନ୍ତ । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ ସେ ଆଜି ପୂର୍ବାହ୍ନରେ ସାକ୍ଷାତ କରିସାରିଛନ୍ତି । ଏହା ପରେ ଲକ୍ଷ୍ନୌରେ ସେ ତାଙ୍କ ଫିଲ୍ମ ‘ଜେଲର’ର ଏକ ସ୍ପେସାଲ ସ୍କ୍ରିନିଂରେ ମଧ୍ୟ ସାମିଲ ହୋଇଥିଲେ । ଏଥିରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ରଜନୀଙ୍କ ସହ ଫିଲ୍ମ ଦେଖିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ରଜନୀଙ୍କ ସହ ଏହି ଚର୍ଚ୍ଚିତ ସିନେମା ଦେଖିବାର ମଜା ନେବେ । ସୁପରଷ୍ଟାର ରଜନୀକନ୍ତଙ୍କ ଅଭିନୀତ ଏହି ବ୍ଲକବଷ୍ଟର ହିଟ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଏବେ ସୁଦ୍ଧା 200 କୋଟି କ୍ଲବରେ ସାମିଲ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ