CBI ରେ କେଜ୍ରିଓ୍ବାଲ: ସିଙ୍ଘୁ ବର୍ଡରରେ ଦଳର ପ୍ରତିବାଦ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
🎬 Watch Now: Feature Video
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସିବିଆଇ ଦ୍ବାରା ଜେରା ହେବା ଘଟଣାରେ ତୀବ୍ର ଉଦବେଗ ପ୍ରକାଶ କରିଛି ଦଳ । ଆଜି (ରବିବାର) ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ବିକ୍ଷୋଭ ଦେଖିବାକୁ ମିଳିଛି । ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ଦଳର ନେତାମାନେ ଧାରଣା ଓ ପ୍ରତିବାଦ କରିଛନ୍ତି । ସେହିପରି ଦିଲ୍ଲୀ ସୀମାରେ ଥିବା ସିଙ୍ଘୁ ବର୍ଡରରେ ମଧ୍ୟ ଦଳର କର୍ମକର୍ତ୍ତା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ AAPର ସଦସ୍ୟ ଥିଲେ ।
ଅନ୍ୟପଟେ ଏବେ ମଧ୍ୟ କେଜ୍ରିଓ୍ବାଲଙ୍କୁ ଜେରା ଜାରି ରହିିଥିବା ବେଳେ ଦଳ ଦିଲ୍ଲୀରେ ଏକ ରୁଦ୍ଧଦ୍ବାର ବୈଠକ ମଧ୍ୟ ଜାରି ରଖିଛି । ବୈଠକରେ ତମାମ ନେତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଦଳ ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ଆପ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଥମରୁ କହିଆସିଛି । ଦେଖନ୍ତୁ ଭିଡିଓ