thumbnail

By

Published : Jul 12, 2023, 7:16 PM IST

ETV Bharat / Videos

ରେତ ଡ୍ୟାମରେ ବୁଡି ଛାତ୍ର ନିଖୋଜ, ଖୋଜୁଛି ଓଡ୍ରାଫ ଟିମ୍

ଭବାନୀପାଟଣା: କଳାହାଣ୍ଡି ନର୍ଲା ବ୍ଲକ ଅନ୍ତର୍ଗତ ଢୁସଗୁଡା ରେତ ଡ୍ୟାମରେ ଅଘଟଣ । ଡ୍ୟାମରେ ବୁଡି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ଭବାନୀପାଟଣା ସହରର ବ୍ୟବସାୟୀ ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ବୋଲି ଜଣାପଡିଛି । ସାଲୁ ଭବାନୀପାଟଣା ବିକାଶ କଲେଜରେ ପାଠ ପଢ଼ୁଥିବା ବେଳେ ଆଜି ଘରୁ କଲେଜ ଯାଉଛି କହି ନିଜ କଲେଜ ସାଙ୍ଗମାନଙ୍କ ସହ ରେତ ଜଳ ସେଚନ୍ ପ୍ରକଳ୍ପ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ସାଲୁ ବୁଡି ଯାଇଥିଲେ । ତେବେ ସାଲୁଙ୍କ ସାଙ୍ଗରେ ଯାଇଥିବା କଲେଜ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି । ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଓ ସାଲୁଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନଥିବା ପୋଲିସ ସୂଚନା ଦେଇଛି । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.