ସମ୍ବଲପୁରରେ ଶିକ୍ଷକଙ୍କୁ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

🎬 Watch Now: Feature Video

thumbnail

ସମ୍ବଲପୁର: କୁଚିଣ୍ଡା ଥାନା ଅନ୍ତର୍ଗତ ବାଇପାସ୍ ବ୍ରିଜ୍ ନିକଟରେ ଶନିବାର ସକାଳେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି । ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ ରାଜକିଶୋର ମିଶ୍ର ଏବଂ ଥାନା ଅଧିକାରୀ ଶୋଭାକର ସେଠ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମ୍ବଲପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ତଦନ୍ତ ଜାରି ରଖିଛି ।

ମୃତକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୪୨) । ସେ କୁଚିଣ୍ଡା ଏନଏସିର ୭ ନମ୍ବର ୱାର୍ଡ ଜୌତିପଡାରେ ଘରକରି ରହୁଛନ୍ତି । ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଶିକ୍ଷକ ନିଜ ସ୍କୁଟି ଧରି ଘରୁ ବାହାରିଥିଲେ। । ଏହାପରେ ସହରର ବିର୍ସାମୁଣ୍ଡା ଛକରେ ଥିବା ଏକ ଲସି ଦୋକାନ ନିକଟରେ ନିଜର ସ୍କୁଟି ରଖି କୌଣସି ବ୍ୟକ୍ତିଙ୍କ ସହ ଯାଇଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି । ତେବେ ସେ ରାତିରେ ଘରକୁ ଫେରି ନଥିଲେ । ଆଜି ସକାଳୁ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ଠାବ ହୋଇଛି । ଏହି ହତ୍ୟାକାଣ୍ଡ କାହିଁକି ହେଲା ଓ କିଏ ହତ୍ୟା କରିଛି, ଘଟଣାର ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.