Watch: ପାରାଦ୍ୱୀପ ସମୁଦ୍ରରୁ ବିରଳ ମାଛ ଉଦ୍ଧାର

By ETV Bharat Odisha Team

Published : Oct 12, 2023, 9:47 PM IST

thumbnail

ପାରାଦ୍ବୀପ: ପାରାଦ୍ୱୀପ ସମୁଦ୍ରରେ ଏକ ବିରଳ ପ୍ରଜାତିର ମାଛ ଆଜି ଜାଲରେ ପଡିଥିବା ଦେଖିବାକୁ ମିଳିଛି । ଏହା କେଉଁ ପ୍ରଜାତିର ମାଛ ତାହା ଚିହ୍ନଟ ହୋଇ ପାରିନାହିଁ । ମାଛଟିକୁ ପଶ୍ଚିମ ବଙ୍ଗର ଦୀଘା ବନ୍ଦରକୁ ପଠାଯାଇଛି । ପାଖାପାଖି ଦେଢଘଣ୍ଟାର ସଙ୍ଘର୍ଷ ପରେ ଜାଲରେ ପଡିଥିଲା ଏହି ଅଢ଼େଇ କ୍ଵିଣ୍ଟାଲର ବିରଳ ପ୍ରଜାତିର ମାଛ । ଯାହାକୁ ନେଇ ପାରାଦ୍ଵୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । 

ଗତକାଲି ବାଲିପ୍ଲଟର ମା' ଆଶୀର୍ବାଦ ନାମକ ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ମତ୍ସ୍ୟଜୀବୀମାନେ ସମୁଦ୍ରରେ ଜାଲ ପକାଇ ଟାଣିବା ସମୟରେ ଜାଲ ସହିତ ଡଙ୍ଗାକୁ ଟାଣି ନେଇଥିଲା ଏହି ବିଶାଳ ମାଛ । ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିବା ସହିତ ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗାର ମତ୍ସ୍ୟଜୀବୀଙ୍କୁ ଖବର ଦେଇଥିଲେ । ପରେ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଦେଢଘଣ୍ଟାର ସଙ୍ଘର୍ଷ ପରେ ମାଛକୁ ଡଙ୍ଗାକୁ ଆଣିବାରେ ସକ୍ଷମ ହୋଇଥିଲେ । ମାଛଟିକୁ ଦିଘା ପଠାଯାଇଥିବା ଏହାର ମୂଲ୍ୟ ଜଣାପଡ଼ିନାହିଁ । ମାଛଟିର ପୁଟ୍ଟି ଓ ଲାଙ୍ଗୁଡ ଔଷଧ ତିଆରିରେ ବ୍ୟବହାର ହେବ ବୋଲି ଜଣାପଡିଛି । ଏହାକୁ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଚିଲ ମାଛ କହୁଥିବା ବେଳେ କିଛି ଲୋକ ଏହାକୁ ଶଙ୍କର ଜାତୀୟ ଶାଙ୍କୁଚ ବୋଲି ଅନୁମାନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଅଙ୍ଗ ନଦୀରେ ସି' ଲାୟନ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.