thumbnail

ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

By ETV Bharat Odisha Team

Published : Dec 11, 2023, 8:27 PM IST

ବ୍ରହ୍ମପୁର: ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲାର କୋଟିନଡ଼ା ଥାନା ଅର୍ନ୍ତଗତ ଆସିକା ବ୍ଲକ ଅଞ୍ଚଳର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣକ ଭେଟନଇ ଗ୍ରାମର ବୋଲି ଜଣା ପଡ଼ିଛି । ଛାତ୍ରୀ ଜଣଙ୍କ ସକାଳ ସମୟରେ ନିଜ ଘରେ କେହି ନଥିବା ସୁଯୋଗ ନେଇ ଏପରି ଆତ୍ମହତ୍ୟା କରିଥିବା କୁହାଯାଉଛି । ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାର ଲୋକେ ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଛାତ୍ରୀ ଜଣକର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖବର ପାଇ କୋଟିନଡ଼ା ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କଲେ, ତାହାର ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟାର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.