ଗାଧୋଇବାକୁ ଯାଇ ପାଖରୀରେ ବୁଡିଲେ ଦୁଇ ନାବାଳକ: ଜଣେ ମୃତ, ଜଣେ ଗୁରୁତର

By ETV Bharat Odisha Team

Published : Aug 30, 2023, 7:02 PM IST

thumbnail

ଢେଙ୍କାନାଳ: ଢେଙ୍କାନାଲ ସହରର ଲକ୍ଷ୍ମୀ ବଜାରର ମଲ୍ଲା ସାହିର ଦୁଇଜଣ ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ଫଳରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି । ଖବର ପାଇବା ପରେ ସ୍ଥାନୀୟ ଲୋକେ ଦୁଇ ନବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ  । 

ସୂଚନା ମୁତାବକ ଉଭୟ ଶିଶୁ ଦୁଇଜଣ ସାହି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ।   ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ନାବାଳକ ଜଣଙ୍କ ମଲ୍ଲା ସାହି ତ୍ରିଲୋଚନ ବେହେରାଙ୍କ ୧୩ବର୍ଷର ପୁଅ ଏବଂ ଉଦ୍ଧାର ହୋଇଥିବା ନାବାଳକ ପଞ୍ଚାନନ ବେହେରାଙ୍କ ପୁଅ ବୋଲି ଜଣାପଡିଛି । ଏହି ଅଘଟଣ ପରେ ଲଷ୍ମୀ ବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି  । 

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.