thumbnail

By

Published : Mar 30, 2023, 10:53 PM IST

ETV Bharat / Videos

ରାମ ନବମୀ ଅବସରରେ ଚଳଚଞ୍ଚଳ ଭଦ୍ରକ, ଶହେରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନରେ କମ୍ପିଲା ଗଗନ

ଭଦ୍ରକ: ସାରା ଦେଶରେ ରାମ ନବମୀ ବେଶ ଆଡମ୍ବର ସହକାରେ ପାଳନ କରାଯାଇଛି । ବିଭିନ୍ନ ରାମ ମନ୍ଦିର ଓ ପୀଠ ଗୁଡିକରେ ଏଥିପାଇଁ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଭାଇଚାରାର ସହର ଭଦ୍ରକରେ ରାମ ନବମୀ ପାଇଁ ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଅଖଣ୍ଡ ମହାଯଜ୍ଞ ଆଜି ଶେଷ ହୋଇଛି । ଅଖଣ୍ଡ ମହାଯଜ୍ଞରେ ପୂର୍ଣ୍ଣାହୁତି ପରେ ଆରମ୍ଭ ହୁଏ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା । 100 ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରିଥିଲେ । ଏହି ନଗର ସଙ୍କୀର୍ତ୍ତନ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଏଥିସହ ସହରରେ ବିଭିନ୍ନ ସ୍ଥାନରେ 76ରୁ ଅଧିକ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଛି। ଏହି ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ଦ୍ଧାରିତ କଣ୍ଟ୍ରୋଲ ରୁମରେ ନଗର ସଂକୀର୍ତ୍ତନ ଉପରେ କଡା ନଜର ରଖାଯିବା ଵ୍ୟବସ୍ଥା ହୋଇଥିଲା। 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.