ଆତ୍ମଘୋଷିତ ବୈଜ୍ଞାନିକ ଅଟକ, ପୋଲିସର ପଚରାଉଚରା ଜାରି - ଜଳବାୟୁ ପରିବର୍ତ୍ତନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 25, 2023, 6:14 PM IST

ବାଲେଶ୍ବର: ନିଜକୁ ବୈଜ୍ଞାନିକ ପରିଚୟ ଦେଇ ଜଳବାୟୁ ପରିବର୍ତ୍ତନ ଉପରେ କରୁଥିଲେ ସାମ୍ବାଦିକ ସମ୍ମିଳନୀ । ମାତ୍ର ସାମ୍ବାଦିକ ସମ୍ମିଳନୀ ମଝିରେ ପୋଲିସ ପହଁଞ୍ଚି ଆୟୋଜକଙ୍କୁ ପଚରାଉଚରା କରିବା ସହ ଥାନାରେ ଅଟକ ରଖିଲା । ଦଶମ ପାସ କିରଥିବା ବେଳେ ନିଜକୁ ବିଶ୍ବର ମହାନ ବୈଜ୍ଞାନିକ ପରିଚୟ ଦେବା ସହ ଅଶୋକ ସ୍ତମ୍ଭକୁ ନିଜ ଷ୍ଟାମ୍ପ୍‌ରେ ବ୍ୟବହାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଷ୍ଟେସନ କ୍ଲବ ନିକଟରେ । ସୂଚନା ଅନୁସାରେ, ଜଳ ସମସ୍ୟା, ଜଳବାୟୁ ପରିବର୍ତ୍ତନ, ବିଶ୍ୱକୁ ଘାତକ ବ୍ୟାଧିରୁ ମୁକ୍ତ କରିବା ବିଷୟବସ୍ତୁ ଉପରେ ଆଜି ସାମ୍ବାଦିକ ସମ୍ମିଳନୀ କରୁଥିବା ଆତ୍ମଘୋଷିତ ବୌଜ୍ଞାନିକ ହେଲେ ଶ୍ୟାମ ସୁନ୍ଦର ରାଠୀ । 

ପୋଲିସ ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମ ସୁନ୍ଦର ରାଠୀ ।  ସେ ଦଶମ ପାସ କରିଥିବା ବେଳେ ବୃତ୍ତିରେ ଜଣେ ଦୋକାନୀ । ତାଙ୍କୁ ଭାରତ ସରକାର "ବିଶ୍ବର ସର୍ବକାଳୀନ ମହାନତମ ବୌଜ୍ଞାନିକ’ ବୋଲି ସ୍ଵୀକୃତି ଦେଇଥିବା ସେ ଦାବି କରୁଥିବା ବେଳେ ତାଙ୍କ ପାଖରେ ସେମିତି କୌଣସି ପ୍ରମାଣପତ୍ର ନାହିଁ । ଏମିତି କି ତାଙ୍କୁ ଭାରତ ସରକାର ଏସ୍‌ପିଜି ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରିଥିବା ସେ କହିଛନ୍ତି ।  ବ୍ୟକ୍ତି ଜଣକ ଭାରତୀୟ ଜାତୀୟ ପ୍ରତୀକକୁ ଷ୍ଟାମ୍ପରେ ବ୍ୟବହାର ନେଇ କେନ୍ଦ୍ର ଗୁଇନ୍ଦା ବିଭାଗ ଖବର ପାଇ ବାଲେଶ୍ଵର ପୋଲିସକୁ ସୂଚନା ଦେଇଥିଲା । ଯାହାକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.