thumbnail

By

Published : Jul 19, 2023, 9:49 PM IST

ETV Bharat / Videos

Rajasthan: ଘନ ଅନ୍ଧାରରେ ରାସ୍ତାରେ ବୁଲୁଛି କୁମ୍ଭୀର, ଦେଖନ୍ତୁ ଭିଡିଓ

ଜୟପୁର: ରାଜସ୍ଥାନ କୋଟାର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବାର ନଜର ଆସିଛି । କୁମ୍ଭୀରଟି ରାସ୍ତା ପାର ହେଉଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଅଞ୍ଚଳରେ ଏହି କୁମ୍ଭୀର ବୁଲୁଥିବାର ନଜର ଆସିଛି, ସେହି ଅଞ୍ଚଳରେ ଏକାଧିକ କୋଚିଂ ସେଣ୍ଟର ମଧ୍ୟ ରହିଛି । ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ କୋଚିଂ ନେବା ପାଇଁ କୋଟାର ଏହି ଅଞ୍ଚଳକୁ ଆସିଥାନ୍ତି । 


ଏହା ମଧ୍ୟ ପଢନ୍ତୁ:-ଆଳିରେ ଶିଆଳ ଆତଙ୍କ, ସପ୍ତାହରେ ୩୦ ଜଣ ଆକ୍ରମଣ ଶିକାର 

ତେବେ ଜନବଶତି ଅଞ୍ଚଳରେ ଏହି କୁମ୍ଭୀରର ପ୍ରାଦୃଭାବ ଦେଖାଯିବା ପରେ ଅଭିଭାବକଙ୍କ ମଧ୍ଯରେ ଚିନ୍ତା ବଢିଛି । ଭିଡିଓରେ ଦେଖାଯାଉଛି, ଯେ ଏକ ବିଶାଳ କୁମ୍ଭୀର ରାତ୍ରି ସମୟରେ ରାସ୍ତା ପାର ହୋଇ ରାସ୍ତାକଡରେ ଥିବା ଏକ ଡ୍ରେନ ମଧ୍ୟରେ ପଶିଯାଉଛି । କୁମ୍ଭୀରକୁ ପରବର୍ତ୍ତୀ ସମୟରେ ଠାବ କରାଯିବା କିମ୍ବା ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡାଯିବା ନେଇ ମଧ୍ୟ କୌଣସି ସୂଚନା ନାହିଁ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.