ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା

By ETV Bharat Odisha Team

Published : Dec 20, 2023, 7:45 PM IST

Updated : Dec 20, 2023, 8:46 PM IST

thumbnail

ଗାନ୍ଧୀନଗର: ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏହାକୁ ନେଇ ଭାରତ ସମେତ ସମ୍ପୂର୍ଣ୍ଣ ବିଶ୍ବବାସୀ ଉତ୍କଣ୍ଠାର ସହିତ ଅନେଇ ବସିଛନ୍ତି । ସପଟେ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହାରି ଭିତରେ ଚର୍ଚ୍ଚାରେ ରହିଛି ପ୍ରଭୁ ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହେଉଥିବା 108 ଫୁଟର ଧୂପକାଠି ।  

ତେବେ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଅଯୋଧ୍ୟା ପଠାଇବା ପାଇଁ ଗୁଜୁରାଟ ଭଦୋଦରାର ତିଆରି ହୋଇଛି ଏକ ବୃହତ ଧୂପକାଠି । ଏହାର ଲମ୍ବ 108 ଫୁଟ ଥିବା ବେଳେ  ମୋଟେଇ 3.5 ଫୁଟ ରହିଛି । ଏହାସହ ଏହାର ଓଜନ ପାଖାପାଖି 3500 କିଗ୍ରା ରହିଛି । ଏହାକୁ ପ୍ରସ୍ତୁତ କରିଛନ୍ତି ଭଦୋଦରା ଅଞ୍ଚଳ ତରସଲି ବାସିନ୍ଦା ଭିହାଭାଇ ଭରୱାଦ । ତେବେ ସେ ତାଙ୍କ ଘର ବାହାରେ ଦୀର୍ଘ 6 ମାସ ଧରି ଏହାକୁ ତିଆରି କରୁଛନ୍ତି ଯାହା ଚଳିତ ମାସର ଶେଷ ସୁଦ୍ଧା ସମାପ୍ତ ହେବ । ତେବେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଏହି ଧୂପକାଠୀକୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଭିତରେ ଅଯୋଧ୍ୟକୁ ନିଆଯିବ ।  

ଏହା ମଧ୍ୟ ପଢ଼ନ୍ତୁ.....ରାମ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି, ଅଯୋଧ୍ୟରେ ଜାନୁଆରୀ 20ରୁ 23 ହୋଟେଲର ଆଡଭାନ୍ସ ବୁକିଂ ମନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 20, 2023, 8:46 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.