ନବରଙ୍ଗପୁରରେ 88 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ - 88 ତମ ପୋଲିସ ପ୍ରତିଷ୍ଠା ଦିବସ

🎬 Watch Now: Feature Video

thumbnail

By

Published : Apr 1, 2023, 4:48 PM IST

ନବରଙ୍ଗପୁର: 1936 ମସିହା ଏପ୍ରିଲ 1 ତାରିଖ ଦିନ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ । ଏହା ପ୍ରତି ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ । ସାଧାରଣ ଜନତାଙ୍କ ସୁରକ୍ଷା ଯୋଗାଇ ଦେବାକୁ ଆଜିର ଦିନରେ ଗଠନ କରାଯାଇଥିଲା ଓଡିଶା ପୋଲିସ ବାହିନୀ । ଯାହାଦ୍ୱାରା ପୋଲିସ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ ହେବ ଏବଂ  ଲୋକଙ୍କ ସ୍ବାର୍ଥ ସକାଶେ ପୋଲିସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ । ଏହି ଅବସରରେ ନବରବଙ୍ଗପୁର ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ମହାସମାରୋହରେ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଯୋଗ ଦେଇ ଶହୀଦ ହୋଇଥିବା ପୋଲିସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଭିନ୍ନ ମାମଲା ନେଇ ଥାନାକୁ ଆସୁଥିବା ଜନତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ କିପରି ଭାବେ ଆଇନକୁ ସମ୍ମାନ ଜଣାଇ ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ ସେଥିପ୍ରତି ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ପୋଲିସ ପକ୍ଷରୁ ଏକ ପ୍ୟାରେଡ ଅନୁଷ୍ଠିତ ହୋଇଥିବା ବେଳେ ପ୍ୟାରେଡ ପରେ ମୁଖ୍ୟମନ୍ତୀ ଓ ରାଜ୍ୟପାଳଙ୍କ ଅଭିବାଦନକୁ ଆରକ୍ଷୀ ଅଧିକ୍ଷକ ପଠନ କରିଥିଲେ । ଉତ୍ତମ ପୋଲିସ ସେବା ପାଇଁ ଜଣେ SI, ASI, ହାବିଲଦାର ଏବଂ କନଷ୍ଟେବଳଙ୍କୁ ପୁରସ୍କାର ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । 

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.