କେନ୍ଦ୍ରାପଡାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ, ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ

By

Published : Aug 15, 2023, 12:21 PM IST

thumbnail

କେନ୍ଦ୍ରାପଡ଼ା: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏନେଇ ଗାଁଠାରୁ ସହ ସବୁଠି ଉତ୍ସବର ମାହୋଲ । ଏହି ଅବସରରେ କେନ୍ଦ୍ରାପଡ଼ାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।  ନିଜ ବକ୍ତବ୍ୟରେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଜିଲ୍ଲାର ସଂସ୍କୃତି, ପରମ୍ପରା, ଧର୍ମ ଓ ସ୍ଵାଧୀନତା ଆନ୍ଦୋଳନରେ ଏହି ମାଟିର ଭାଗୀଦାରୀ ସମ୍ପର୍କରେ କହିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ପରେଡ୍‌ରେ ଜିଲ୍ଲା ପୋଲିସ, ଗୃହରକ୍ଷୀଙ୍କ ଦଳ ସମେତ ବିଭିନ୍ନ ସ୍କୁଲ କଲେଜର ପ୍ରାୟ ୨୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.