ଫୁଲୁଛି ମହାନଦୀ, ବିଜେପୁର ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ - ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି

🎬 Watch Now: Feature Video

thumbnail

By

Published : Aug 14, 2022, 2:05 PM IST

Updated : Feb 3, 2023, 8:26 PM IST

ସୁବର୍ଣ୍ଣପୁର: ହୀରାକୁଦ ଡ୍ୟାମରୁ 34 ଗୋଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିବା ପରେ ଜିଲ୍ଲାର ମୁଣ୍ଡୋଘାଟ ପୋଲ ଉପରେ ପ୍ରାୟ ୫ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ସଦର ମହକୁମାରୁ ବୀରମହାରାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବୀରମହାରାଜପୁର ଉପଖଣ୍ଡର ଘୁଙ୍ଗି ନାଳ ଉପରେ ପ୍ରାୟ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାପାଣି ଯୋଗୁଁ ବୀରମହାରାଜପୁରରୁ ଅମରପାଲି ଦେଇ ଚାରମାଳକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ବୀରମହାରାଜପୁର ଉପଖଣ୍ଡ ସହିତ ବହଳପଦର, ଅମରପାଲି, ଲୁତୁରପଙ୍କ ଓ ଘିଚାପାଲି ଆଦି ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡି଼ଛି । ଲଗାଣ ବର୍ଷା ଯୋଗୁଁ ମହାନଦୀ ସହିତ ଅନ୍ୟାନ୍ୟ ଶାଖା ନଦୀ ଓ ନାଳ ଗୁଡିକରେ ପାଣି ବଢି ରାସ୍ତା ଉପରକୁ ମାଡି ଆସିଛି । ସହରର ତଳିଆ ଅଞ୍ଚଳରେ ଅନେକ ଯାଗାରେ ପାଣି ଜମି ରହିଛି । ତେବେ ତଳି ଅଞ୍ଚଳର ଲୋକେ ବର୍ଷା ଯୋଗୁଁ ବେଶ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.