ବାଇକକୁ ବଞ୍ଚାଇବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୬ ଯାତ୍ରୀ ଆହତ

By

Published : May 10, 2023, 8:22 PM IST

thumbnail

ରାଇରଙ୍ଗପୁର: ବାଇକକୁ ବଞ୍ଚାଇବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ୧୪ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅଞ୍ଚଳରେ । ଆଜି ମଧ୍ୟାହ୍ନ ସମୟରେ ଗୋଟିଏ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ବୋଲେରୋରେ ଯାଉଥିବା ୧୪ ଜଣ ଗୁରୁତର ଓ ଦୁଇ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଝିଅ ଘରକୁ ସାଦ ଖୁଆଇବା ପାଇଁ ଗୋଟିଏ ପରିବାର ଏକ ବୋଲେରୋ ଯୋଗେ ଆନନ୍ଦପୁର ଯାଉଥିଲା । ତେବେ ସେହି ସମୟରେ ୫୩ ନମ୍ବର ରାଜ୍ୟ ରାଜପଥରେ ବାଇକକୁ ବୋଲେରୋ ମୁହାଁମୁହିଁ ହୋଇଥିଲେ । ଏହା ସମୟରେ ବାଇକକୁ ବଞ୍ଚେଇବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା ବୋଲେରୋ । ଗାଡିରେ ଥିବା ସମସ୍ତ ୧୪ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।  ସେପଟେ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.