୧୫ ଦିନରେ ପହଞ୍ଚିଲା ମା' ବୁଢୀ ଠାକୁରାଣୀ ଯାତ୍ରା, ବିଭିନ୍ନ ବେଶରେ ମାନସିକଧାରୀ - ବ୍ରହ୍ମପୁରରେ ବୁଢୀ ଠାକୁରାଣୀ ଯାତ୍ରା
🎬 Watch Now: Feature Video
ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ବେଶ ଆଡ଼ମ୍ବର ସହକାରେ ଚାଲିଛି ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ୧୫ ଦିନରେ ପହଞ୍ଚିଛି ମା'ଙ୍କ ଯାତ୍ରା । ଚଳିତବର୍ଷ ମା'ଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ଯାତ୍ରାର ଅବଧି ଯେତେ ପାଖେଇ ଆସୁଛି ଅସ୍ଥାୟୀ ମନ୍ଦିରରେ ଭିଡ଼ ମଧ୍ୟ ଅନୁରୂପ ଭାବେ ବଢ଼ିବାରେ ଲାଗିଛି । ମା' ବାପା ଘରକୁ ଆସିଥିବା ବେଳେ ତାଙ୍କ ପୂଜାରେ ରହିଛି ଭିନ୍ନଭିନ୍ନ ପରମ୍ପରା । ମାନସିକଧାରୀମାନେ ବିଭିନ୍ନ ବେଶରେ ସଜେଇ ହୋଇ ମା'ଙ୍କୁ ଦର୍ଶନ କରି ଆଶିଷଲାଭ କରିଛନ୍ତି । କିଏ ରାମ, ଲକ୍ଷ୍ମଣ, କୃଷ୍ଣ, ରାଧା, ଦୂର୍ଗାଙ୍କ ଭଳି ବିଭିନ୍ନ ବେଶ ଧାରଣ କରିଛନ୍ତି । ପରମ୍ପରା ଓ ରୀତିନୀତି ମଧ୍ୟରେ ଆୟୋଜିତ ହୋଇ ଆସୁଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ମା' ବିଭିନ୍ନ ସାହି ପରିକ୍ରମା କରି ବିଭିନ୍ନ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରିବା ପରେ ଦ୍ୱିତୀୟ ସପ୍ତାହର ଶେଷ ବେଳକୁ ବିଭିନ୍ନ ସାହିରେ ମା'ଙ୍କ ଉପସ୍ଥିତିରେ ବିଭିନ୍ନ ସୁନ୍ଦର ସୁନ୍ଦର ରଥ ଉନ୍ମୋଚିତ ହୋଇଥାଏ । ଏହାପରେ ମା'ଙ୍କ ନିମନ୍ତ୍ରଣ ପାଇଥିବା କଳାକୁଞ୍ଜ ଗୁଡିକ ମଧ୍ୟ ଉନ୍ମୋଚିତ ହୋଇଥାଏ । ସକାଳୁ ସନ୍ଧ୍ୟା ଯାଏ ଅସ୍ଥାୟୀ ମନ୍ଦିରରେ ମା'ଙ୍କ ପ୍ରବଳ ଭିଡ଼ ଲାଗିଛି ।
ଇଟିଭି ଭାରତ, ବ୍ରହ୍ମପୁର