thumbnail

By ETV Bharat Odisha Team

Published : Oct 31, 2023, 7:35 AM IST

ETV Bharat / Videos

Watch Video: ପୋଖରୀରୁ ୧୩ ଫୁଟର ଅହିରାଜ ଉଦ୍ଧାର


ବ୍ରହ୍ମପୁର: ପୋଖରୀ ମଧ୍ୟରୁ ୧୩ ଫୁଟର ବିଶାଳ ଅହିରାଜ ସର୍ପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ ଟିକରପଡା ପଞ୍ଚାୟତ ବାଲିପାଟ ଗ୍ରାମରେ ଏକ ୧୩ ଫୁଟର ଅହିରାଜ ସାପ ରହିଥିବା ଖବର ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତାଙ୍କ ନିକଟରେ ପହଞ୍ଚିଥିବା ବେଳେ ଶେଷରେ ଏହାକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମର ଶେଷରେ ରହିଥିବା ଶିବ ମନ୍ଦିର ନିକଟରେ ବିରାଟକାୟ ସାପଟି ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ଏନେଇ ବନ ବିଭାଗକୁ ଯୋଗାଯୋଗ କରିଥିଲେ। 

ଏହାମଧ୍ୟ ପଢନ୍ତୁ..Watch: ମାଛ ଜାଲରେ ପଡିଲା ବିରାଟକାୟ ଅଜଗର, ଆଉ ତା’ ପରେ...

ଖବରପାଇ ଗଜପତି ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନନ୍ତରାମ କର, ଭୀଷ୍ମଗିରି ବନପାଳ ତ୍ରିନାଥ ଚୌଧୁରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଦେଖି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ଙ୍କୁ ଜଣାଇଥିଲେ। ଏହାପରେ ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ, ବ୍ରହ୍ମପୁରର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଙ୍କୁ ସାପଟିକୁ ଉଦ୍ଧାର କରିବା ପାଇଁ ଯୋଗେଯୋଗ କହିଥିଲେ। ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ଓ ସହଯୋଗୀ ତାରା ପ୍ରସାଦ ଦାସ, କାଳିଆ ନାହାକ, ସୁଶାନ୍ତ ମହାକୁଡ ପହଞ୍ଚି ପାଖାପାଖି ଅଧଘଣ୍ଟା ପରିଶ୍ରମ କରିବା ପରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ ସୂଚନା ଦେଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ଜଗଦାନନ୍ଦ ସାହୁ, ଗିରିଜା ଶଙ୍କର ଦୋରା ଙ୍କ ସମେତ ବହୁ ପାରା ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.