ସମ୍ବଲପୁର ହିଂସାକୁ ନେଇ ନବରଙ୍ଗପୁରେ ତାତି, ୧୨ ଘଣ୍ଟଧରି ବନ୍ଦ ରହିଲା ନବରଙ୍ଗପୁର

🎬 Watch Now: Feature Video

thumbnail

By

Published : Apr 19, 2023, 5:34 PM IST

ନବରଙ୍ଗପୁର: ସମ୍ବଲପୁର ହିଂସାକୁ ନେଇ ନବରଙ୍ଗପୁରେ ତାତି ।  ୧୨ ଘଣ୍ଟଧରି ବନ୍ଦ ରହିଲା ନବରଙ୍ଗପୁର । ସମ୍ବଲପୁରରେ ହନୁମାନ ଜୟନ୍ତୀର ପାଳନ ସମୟରେ ଯେଉଁ ଭଳି ଭାବରେ ସାମ୍ପ୍ରଦାୟୀକ ଦଙ୍ଗା ହେଲା ଏହାକୁ ଦୃଢ ନିନ୍ଦା କରିଛି ବିଶ୍ବ ହିନ୍ଦୁ ପରିଷଦ । ବିଶ୍ବ ହିନ୍ଦୁ ପରିଷଦ କହିଛି ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ବାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଏହି ସାମ୍ପ୍ରଦାୟୀକ ଦଙ୍ଗାରେ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଜାଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ କାର୍ମକର୍ତ୍ତା ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁ ଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ।ଏହାକୁ ବିରୋଧରେ ବିଶ୍ବ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ଏକତା ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟଧରି ବନ୍ଦ ରହିଲା ନବରଙ୍ଗପୁର ।  ଜିଲ୍ଲାର ସମସ୍ତ BDO ଓ ତହସିଲଦାରଙ୍କୁ ବନ୍ଦ ସମୟରେ ଏକ୍ସିକ୍ୟୁଟିଭ୍‌  ମାଜିଷ୍ଟେଟ ଦାୟିତ୍ଵ ଦିଆଯାଇଥିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.