କୋଶଳ ରାଜ୍ୟ ଦାବିରେ ନୂଆପଡା ଜିଲ୍ଲା ବନ୍ଦ

By ETV Bharat Odisha Team

Published : Nov 18, 2023, 4:24 PM IST

thumbnail

ନୂଆପଡା: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ନୂଆପଡାରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ଠାରେ କୋଶଳ ରାଜ୍ୟ କ୍ରିୟାନୁଷ୍ଠାନ କମିଟି,ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ଦଳିତ ଅଧିକାର ମଞ୍ଚର ଯୁବକମାନେ ଏକତ୍ରିତ ହୋଇ ଖଡ଼ିଆଳ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ବନ୍ଦ ପାଳନକୁ ଅଞ୍ଚଳର ସମସ୍ତ ସଂଗଠନ ସମର୍ଥନ ଜଣାଇବା ସହିତ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି କରିଛନ୍ତି । ଏନେଇ ବନ୍ଦ କର୍ମୀମାନେ ପିକେଟିଂ କରି ସହର  ଦୋକାନ ବଜାର ସହ ଗାଡି ମୋଟର ଚଳାଚଳକୁ ବନ୍ଦ କରିଛନ୍ତି । ତେବେ ଜିଲ୍ଲା ବ୍ୟାପି ବନ୍ଦର ପ୍ରଭାବ ଦେଖାଦେଇଥିବା ବେଳେ,ବିଶେଷ କରି ଖଡ଼ିଆଳ ସହରରେ ବନ୍ଦର ପ୍ରଭାବ ଅଧିକ ମାତ୍ରାରେ ଦେଖାଦେଇଛି । ଯାହାଫଳରେ ଦୂରଦୂରାନ୍ତ ଗମନାଗମନ କରୁଥିବା ଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.