ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ କୋଶଳ ସେନାର ବନ୍ଦ ପାଳନ, ବୌଦ୍ଧରେ ବନ୍ଦ ପାଳନ ସଫଳ - ବୌଦ୍ଧ ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-11-2023/640-480-20060079-thumbnail-16x9-ss.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 19, 2023, 11:48 AM IST
ବୌଦ୍ଧ: ପଶ୍ଚିମ ଓଡ଼ିଶାକୁ ବିଭିନ୍ନ ସମୟରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଶନିବାର ଦିନ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ପାଳନ କରାଯାଇଥିଲା ।କୋଶଳ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସ୍ବତଃ ଭାବରେ ଲୋକେ ଏହି ବନ୍ଦକୁ ସମର୍ଥନ ଜଣାଇଥିବା କୁହାଯାଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ବନ୍ଦ ପାଳନ ସଫଳ ହୋଇଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ..କୋଶଳ ବନ୍ଦ ଡାକରା, ସମ୍ବଲପୁର ସହରରେ ପ୍ରଭାବ ଶୂନ୍ୟ
ବାରମ୍ବାର ପଶ୍ଚିମ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ତଥା ଅଣଦେଖା କରାଯାଉଥିବା ଅଭିଯୋଗ କରି ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ ଶନିବାର ଦିନ ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲା । କୋଶଳ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ଦୋକାନ ବଜାର ଓ ଯାତାୟତ ବନ୍ଦ କରିଥିବା କୁହାଯାଉଛି । ତେବେ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ଦର ଆଂଶିକ ପ୍ରଭାବ ଦେଖା ଯାଇଥିବା ବେଳେ ଜିଲ୍ଲା ସଦରମହକୁମାଠାରେ ଯୁବ ବର୍ଗଙ୍କ ଦ୍ବାରା ପିକେଟିଂ କରି ଗାଡ଼ି ମୋଟର, ଦୋକାନ ବଜାର, ସ୍କୁଲ୍, କଲେଜ, ସରକାରୀ ଅଫିସ ବନ୍ଦ କରିଥିଲେ । ମହାନଦୀ ସେତୁଛକ, ଏନ୍ଏସି ଛକ, ଆଦର୍ଶ ବଜାରରେ ଆନ୍ଦୋଳନକାରୀ ବନ୍ଦ ପାଳନ କରିଥିଲେ ।
ବୌଦ୍ଧ, ଇଟିଭିି ଭାରତ