ବଡ଼ ଓଷାରେ ଝଲସି ଉଠିଲା ମହାନଦୀ ପଠା, ଜଳିଲା 10 ହଜାର ଦୀପ - କାର୍ତ୍ତିକ ବଡ ଓଷା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 26, 2023, 2:31 PM IST

କଟକ: କାର୍ତ୍ତିକ ବଡ ଓଷାରେ ଝଲସି ଉଠିଲା ମହାନଦୀ ପଠା । ଵଡ଼ ଓଷା ଅବସରରେ ନଦୀ ବନ୍ଧରୁ ମହାନଦୀ ଭିତରେ ଥିବା ଭୁଆସୁଣୀ ପୀଠ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଦୀପ ଜଳାଇ ଏକ ଅନନ୍ୟ ବାତାବରଣ ତିଆରି କରିଥିଲେ ମନ୍ଦିର କମିଟି ଓ ସ୍ଥାନୀୟ ଯୁଵକ । ସନ୍ଧ୍ୟା ନଇଁଵା ମାତ୍ରେ ଝଲସି ଉଠିଥିଲା ଚହଟା ନିକଟ ମହାନଦୀ ପଠା । ଲାଗୁଥିଲା ସତେ ଯେମିତି ହଜାର ହଜାର ତାରା ଓହ୍ଲାଇ ଆସିଛନ୍ତି ମହାନଦୀ ପଠାକୁ । ନଦୀ ଵନ୍ଧରୁ ନଦୀ ଭିତରେ ଥିବା ମା'ଭୁଆସୁଣୀ ପୀଠ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଝଲସୁଥିଲା ହଜାର ହଜାର ଦୀପ । ମା' ଭୁଆସୁଣୀଙ୍କ ପୀଠରେ ଵଡ଼ ଓଷା ଅବସରରେ ଏହି ସ୍ବତନ୍ତ୍ର ଦୀପୋତ୍ସଵ ଆୟୋଜିତ ହୋଇଥିଲା । ପ୍ରାୟ ଦଶ ହଜାର ଦୀପ ରାସ୍ତାର ଦୁଇ ପାଖରେ ସଜାଯିବା ପରିଵେଶକୁ ଵେଶ୍ ଆକର୍ଷଣୀୟ କରିଥିଲା। ଦଶ ହଜାର ଦୀପ ଓ ପ୍ରାୟ ତିନି ଶହ ଲିଟର ଜଡା ତେଲ ଵ୍ୟଵହାର ହୋଇଥିଲା ଏହି ସ୍ବତନ୍ତ୍ର ଆୟୋଜନ ପାଇଁ । ତେବେ ଦୀପମାଳାର ଏହି ସୁନ୍ଦର ଆୟୋଜନ ଯୋଗୁଁ ମହାନଦୀ ଭିତରେ ଥିବା ଏହି ଭୁଆସୁଣୀ ପୀଠ ଲୋକଲୋଚନକୁ ଆସିପାରିଛି ।

ଏହା ମଧ୍ୟ ପଢନ୍ତୁ-ଧବଳେଶ୍ବର ପୀଠରେ ଉତ୍ତେଜନା; ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ବାବାଙ୍କୁ ଦର୍ଶନ କଲେ ଭକ୍ତ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.