ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ ଗଣେଶୀଲାଲ - ବନ୍ଦେ ଉତ୍କଳ ଜନନୀ ଗାଇଲେ ଗଣେଶୀଲାଲ

🎬 Watch Now: Feature Video

thumbnail

By

Published : Feb 28, 2022, 8:29 PM IST

Updated : Feb 3, 2023, 8:18 PM IST

କଟକ: ରାଜ୍ୟପାଳ ଗଣେଶୀଲାଲ ବନ୍ଦେ ଉତ୍କଳ ଜନନୀ ଗୀତରେ କଣ୍ଠଦାନ କରିଛିନ୍ତି । କଟକର ଏକ ଷ୍ଟୁଡିଓରେ ଏହି ଗୀତକୁ ରେକର୍ଡ କରାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପି ଦୀପ୍ତିରେଖା ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି । ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ରାଜ୍ୟପାଳ ‘‘ମାଟି ଓଡିଶା, ଜାତି ଓଡିଶା’’ ଗାଇଥିଲେ ଯାହା ବହୁତ ଲୋକପ୍ରିୟ ହୋଇଥିଲା । ଏହି ଗୀତଟିକୁ ଗାଇ ରାଜ୍ୟପାଳ ବହୁତ ଖୁସୀ ଥିବା ଜଣାଇଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.