thumbnail

By

Published : Mar 24, 2022, 4:12 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Polls: ୧୦୭ ବୁଥରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର

ଭବାନୀପାଟଣା: ଚାଲିଛି ପୌର ନିର୍ବାଚନ ମତଦାନ । ରାଜ୍ୟର ବିଭିନ୍ନ ମହାନଗର, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାଲିଛି ମତଦାନ । ଏପଟେ ଭୋଟର ନିଜର ବହୁମୂଲ୍ୟ ମତ ମଧ୍ୟ ସାବ୍ୟସ୍ତ କରିଛନ୍ତି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୌର ନିର୍ବାଚନ ହେଉଥିବରୁ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲାର ୩ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ଚାଲିଛି ମତଦାନ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ କଡାକଡି କରାଯାଇଥିଲା । ସେହିପରି ଭୋଟର ମତଦାନ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.