thumbnail

By

Published : Apr 4, 2022, 8:38 PM IST

Updated : Feb 3, 2023, 8:22 PM IST

ETV Bharat / Videos

Watch Video: ନିଶାଖୋର ପୁଅ ଆଖିରେ ଲଙ୍କାଗୁଣ୍ଡ ପୁରାଇ ମାଡ ମାରିଲା ମାଆ

ହାଇଦ୍ରାବାଦ: ନିର୍ଦ୍ଦୟ ହେଲା ଜନ୍ମଦାତ୍ରୀ ମାଆ । ନିଶାଖୋର ପୁଅକୁ ବାଟକୁ ଆଣିବା ଲାଗି ମାଆ ନେଲା ଚରମ ପଦକ୍ଷେପ । ପୁଅକୁ ଏକ ଖୁଣ୍ଟିରେ ବାନ୍ଧି ନିର୍ଦ୍ଦୟ ଭାବେ ବାଡେଇବା ସହ ପୁଅ ଆଖିରେ ମାଆ ପୂରେଇ ଦେଇଥିଲା ଲଙ୍କା ଗୁଣ୍ଡ । ତେବେ ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀନଗର ଦେଖିବାକୁ ମିଳିଛି ଏହି ଘଟଣା । ଯେଉଁଠି ମାଆ ଗଞ୍ଜେଇ ଟାଣୁଥିବା ପୁଅକୁ ସାବାଡ କରିବା ଲାଗି ଏହି ଚରମ ନିଷ୍ପତ୍ତି ନେଇଛି । ସେହିପରି ପୂର୍ବରୁ ମାଆ ଜଣକ ପୁଅକୁ ବୁଝାଇଥିଲେ । ମାତ୍ର ପୁଅ ଏହି ନିଶା ଛାଡିବା ପରିବର୍ତ୍ତେ ଏହାକୁ ଅଧିକ ନିଶାଗ୍ରସ୍ତ ହେବାକୁ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ମାଆ ନିଜର ୧୬ ବର୍ଷର ପୁଅ ସହ ଏହିଭଳି କରିଥିବା ଜଣାପଡିଛି । ଏପଟେ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.