ବେଆଇନ ବାଣ କାରଖାନାରେ ପୋଲିସର ଚଢାଉ, ୩ ଅଟକ
🎬 Watch Now: Feature Video
କଟକ: ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ ସିଲଭର ସିଟି ପୋଲିସ । କୋରୋନା କାଳରେ ବାଣ ଫୁଟାଇବାକୁ ବାରଣ କରାଯାଇଥିବା ବେଳେ ଘନଘନ ଚାଲିଛି ଚଢାଉ । ତେବେ କଟକ ଜଗତପୁର ଅଞ୍ଚଳରେ ଥିବା ବାଣ କାରଖାନାରେ ହୋଇଛି ଚଢାଉ । ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି ଜଗତପୁର ଥାନା ପୋଲିସ । ଏହାସହ ବେଆଇନ ଭାବରେ ବାଣ ତିଆରି କରିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।