thumbnail

By

Published : Nov 4, 2020, 8:59 AM IST

ETV Bharat / Videos

ବାଲୁକା କଳାରେ ଟ୍ରମ୍ପ-ବିଡେନଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲିଛି । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଚାଲିଛି କଡା ମୁକାବିଲା । ଏହା ମଧ୍ୟରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଦୁଇ ପ୍ରାର୍ଥୀଙ୍କ ବାଲୁକା କଳା । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଏବେ କେଵଳ ଘୋଷଣା ହେବ କିଏ ହେବ ରାଷ୍ଟ୍ରପତି । ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଓ ଅପେକ୍ଷା। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୁଇ ପ୍ରାର୍ଥୀ ଡୋନାଲଡ଼ ଟ୍ରମ୍ପ ଓ ଜୋ ବିଡେନଙ୍କୁ ରାଷ୍ଟ୍ରପତି ନିର୍ବାଚନର ଶୁଭେଚ୍ଛା ବାଲୁକା ଚିତ୍ରକଳା ମାଧ୍ୟମରେ ଦିଆଯାଇଛି। ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ଟ୍ରମ୍ପ ଓ ବିଡେନଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଆମେରିକାର ଜାତୀୟ ପତାକାକୁ ସ୍ଥାନ ଦେଇଛନ୍ତି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.