thumbnail

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଏକାଠି ହଜାର ହଜାର ଆମେରିକୀୟ, ଦେଖନ୍ତୁ ଭିଡିଓ

By

Published : Jun 4, 2020, 1:10 PM IST

ୱାସିଙ୍ଗଟନ: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଚାଲିଥିବା ହିଂସାର ପରିସମାପ୍ତି କରିବାକୁ ଅନେକ ଦେଶ ଆଗେଇ ଆସିଛନ୍ତି । ଆମେରିକାରେ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଅଭିଯୋଗ ପରେ ଆମେରିକା ସରକାର ବିରୋଧରେ ତେଜିଥିଲା ବିଦ୍ରୋହ । ହଜାର ହଜାର ଆମେରିକୀୟ ରାସ୍ତାକୁ ଆସି ନାରାବାଜି କରିଥିଲେ । ଲୋକଙ୍କ ଭିତରେ ଥିବା ଏହି ବିଦ୍ରୋହର ନିଆଁ ଏବେ ସହରରକୁ ସହର ଡେଇଁଥିଲା । ଆମେରିକାର କାଲିଫର୍ଣ୍ଣିଆ ଓ କିଛି ଅନ୍ୟ ସହରରେ ଜାରି ହୋଇଥିବା କର୍ଫୁକୁ ସମାପ୍ତ କରିବାକୁ ଅଣ୍ଟା ଭିଡିଛନ୍ତି । ଯାହାଫଳରେ ଲୋକଙ୍କ ମଧ୍ୟରେ ତେଜିଥିବା ବିଦ୍ରୋହ ଏବେ କିଛିମାତ୍ରାରେ କମିବା ସହ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହେଉଥିବା ସମ୍ଭବ ହୋଇଛି । ତେବେ ଲସ ଏଞ୍ଜେଲସରେ କର୍ଫୁ ବଳବତ୍ତର ରହିଥିବାବେଳେ ସାନ ଫ୍ରାନସ୍ସିକୋରେ ଚାଲିଥିବା ନିଜ କର୍ଫୁକୁ ଗୁରୁବାର ସକାଳୁ ଶେଷ କରିବାକୁ ନିଷ୍ପତି ନେଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.