ରେଳ ୱାଗନ ରକ୍ଷଣାବେକ୍ଷଣରେ ମହିଳା ଶକ୍ତି - Women power in Railway Wagon maintenance
🎬 Watch Now: Feature Video
ଥିରୁଅନନ୍ତପୁରମ: ନାରୀ କୌଣସି ଗୁଣରେ ବି ପୁରୁଷଙ୍କ ଠାରୁ କମ ନୁହେଁ । ସେ ପୁରୁଷ ପ୍ରଧାନ୍ୟ ସମାଜରେ ମଧ୍ୟ ନିଜ ନିଷ୍ଠା ଓ ପରିଶ୍ରମରେ ପୁରୁଷଙ୍କ ସମାଜସ୍କନ୍ଧ ହୋଇପାରିଛନ୍ତି । ଆଉ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଭିନ୍ନ ଏକ ପରିଚୟ । ମାର୍ଚ୍ଚ 8 ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେରଳର ଥିରୁଅନନ୍ତପୁରମରେ । ଦେଶରେ ମହିଳାଙ୍କ ବିକାଶ ସହ ଆତ୍ମନିର୍ଭରଶୀଳ ଓ ସଶକ୍ତିକରଣ କରିବାକୁ ବିଭିନ୍ନ ଯୋଜନା ଆରମ୍ଭ କରିଚନ୍ତି । ଭାରତୀୟ ରେଳ ବିଭାଗ ପକ୍ଷରୁ ଟ୍ରେନ ୱାଗନ ରକ୍ଷଣାବେକ୍ଷଣରେ ମହିଳା ଯନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ଟ୍ରେନର ଭାରି ଯାନ୍ତ୍ରିକ ଉପକରଣ ପରିଚାଳନା କରିବା କ୍ଷେତ୍ରରେ 17 ଜଣ ମହିଳା ଯନ୍ତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଯାହାକୁ ଦେଖିଲେ ଆପଣ ବି କହିବେ ମହିଳାମାନେ ବି କିଛି କମ ନୁହେଁ ।