thumbnail

By

Published : Oct 15, 2021, 4:33 PM IST

Updated : Oct 16, 2021, 2:29 PM IST

ETV Bharat / Videos

ବିଜୟା ଦଶମୀରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ମହିଳା

ବାଲେଶ୍ବର: ଆଜି ଅସତ୍ୟ ଉପରେ ସତ୍ୟର ବିଜୟ । ପବିତ୍ର ବିଜୟା ଦଶମୀରେ ବାଲେଶ୍ଵରର ବିଭିନ୍ନ ପୂଜା ମଣ୍ଡପରେ ସଧବା ମହିଳାମାନେ ସିନ୍ଦୁର ଖେଳିଛନ୍ତି। ମା’ଙ୍କୁ ବିଦାୟ ବେଳେ ସଧବା ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇ ଖୁସି ମନାଇଥାନ୍ତି। ପରମ୍ପରା ଅନୁଯାୟୀ ଝିଅ ବାହାଘରରେ ଯେମିତି ମନଦୁଃଖ ଥାଏ ଏବଂ ଖୁସି ବି ଥାଏ, ସେମିତି ମା' ଦୁର୍ଗାଙ୍କ ଆଗମନକୁ ନେଇ ଖୁସିର ମାହୋଲ ଥିବାବେଳେ ଥିଲା ତାଙ୍କ ବିଦାୟରେ ଦୁଃଖ ମଧ୍ୟ ଦେଖିବାକୁ ମିଳିଛି। ପରସ୍ପରକୁ ସିନ୍ଦୁର ଲଗାଇବା ପରେ ମହିଳାମାନେ ବଡମାନଙ୍କ ଆଶୀର୍ବାଦ ନେଇଛନ୍ତି । ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ
Last Updated : Oct 16, 2021, 2:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.