CDS ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Dec 11, 2021, 11:00 PM IST

thumbnail
ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅକାଳ ବିୟୋଗରେ ଦେଶବ୍ୟାପି ଶୋକର ଛାୟା ଖେଳିଯାଇଥିବା ବେଳେ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ଦିବଙ୍ଗତ ଆତ୍ମାମାନଙ୍କ ସଦଗତି ପାଇଁ କ୍ୟାଣ୍ଡେଲ ମାର୍ଚ୍ଚ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଧରପୁର ଶିବ ମନ୍ଦିରରୁ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ମୁକୁନ୍ଦପୁର ଥାନେଶ୍ୱରୀ, ଶିବ ଓ ହନୁମାନ ମନ୍ଦିରରେ ଏକସଙ୍ଗେ ଦ୍ବୀପଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶହଶହ ଆବାଳ-ବୃଦ୍ଧ-ବନିତା ସାମିଲ ହୋଇଥିଲେ । ସେହିପରି ତିହିଡି ସଦର ବଜାରରେ ଓଟିଓ କ୍ୟାବ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଶେଷରେ ଭାଟପଡାସ୍ଥିତ ତାରିଣୀ ମନ୍ଦିରରେ ସମୂହ ଦୀପଦାନ କରା ଯାଇଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.