ବିଶ୍ବ ଜନଜାତି ଦିବସରେ ନାଚିଲେ ମନ୍ତ୍ରୀ

By

Published : Aug 9, 2021, 5:55 PM IST

thumbnail
ଭୁବନେଶ୍ବର: ବିଜେଡି ଦଳୀୟ କାର୍ଯ୍ୟାଳୟରେ ପାଳିତ ହେଉଛି ବିଶ୍ବ ଜନଜାତି ଦିବସ । ଆଉ ଏହି ଅବସରରେ କାର୍ଯ୍ୟକ୍ରମକୁ ଟିକେ ଖାସ୍ କରିବାକୁ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଆଗଧାଡିର ବହୁ ନେତା ଓ କର୍ମୀ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ମୁଖ୍ୟାଳୟର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ କିଭଳି ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ସମାଜରେ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରିବେ, ସେ ନେଇ ଆଲୋଚନା କରିଛନ୍ତି । ଜନଜାତି ଦିବସ ଅବସରରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମନ୍ତ୍ରୀ ପଦ୍ମିନୀ ଦିଆନ ବିଶେଷ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସଙ୍ଗୀତର ତାଳେ ତାଳେ ନୃତ୍ୟରେ ଝୁମୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.